Sirf swapping - 4

Part 1 | Part 2 | Part 3 | Part 4 (READING NOW)

ସେଦିନ ରାତିରେ ଅନିଲ ସହ କଥା ହେବାବେଳେ ପୁଣିଥରେ ସ୍ବାପିଂ ବିଷୟରେ କହିବାରୁ ସେ କହିଲେ, ଲାଗୁଛି ତମେ ବହୁତ ରିସର୍ଚ୍ଚ କରୁଛ୤ ଭଲ କଥା, ସବୁବେଳେ ପିଲାଙ୍କ ପାଇଁ ଚିନ୍ତା କରି କରି ତମେ ନିଜ କଥା କେବେ ଚିନ୍ତା କରିନଥିଲ୤ ହଉ, ଯାହା ବି ହେଉ ଗୋଟିଏ ରିସର୍ଚ୍ଚ୍ ହେବା ଭଲ୤ ମୁଁ କହିଲି, ମୋତେ ଏ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ଯେ କେମିତି କରିବି? ଅନିଲ୍ କହିଲେ, ଗୁଗୁଲ୍ କରିଦିଅ, ସବୁ ପ୍ରଶ୍ନର ଉତ୍ତର ସେଇଠି ମିଳେ୤ ମୁଁ କହିଲି, ମୋବାଈଲ ତ ସବୁବେଳେ ପୁଅ ଝିଅ ଧରୁଛନ୍ତି, ମୁଁ ସେଥିରେ ଏ ସବୁ ଖୋଜିଲେ ହେବ? ଅନିଲ କିଛି ଭାବିଲେ ଆଊ କହିଲେ ହଉ, ଠିକ୍ ଅଛି, ତମପାଇଁ ଗୋତେ ନୁଆ ମୋବାଈଲ୍ ଆଣି ଦେଉଛି୤ ସାଙ୍ଗେ ସାଙ୍ଗେ ସେ ଅନଲାଇନ୍ ମୋବାଈଲ୍ ବୁକ୍ କରିଦେଲେ୤ କହିଲେ ଏଇ ମୋବାଈଲ୍ ତମେ ବ୍ୟବହାର କରିବ ଆଉ କାହାକୁ ଦେବ ନାହିଁ୤ ଯାହା ବି ସର୍ଚ୍ କରିବ ସବୁ ନିଜେ ହିଁ ଦେଖିବ୤

ମୋର ଗୋଟିଏ ସମସ୍ୟା ସମାଧାନ ହେଇଗଲା କିନ୍ତୁ ଅନିଲ କଣ ଚାହାନ୍ତି ଜାଣି ହେଲାନି୤ ଏମିତି ଧନ୍ୟବାଦ ଦେଉ ଦେଉ କହିଲି, ଆଚ୍ଛା କୁହ, ତମେ ଆଜିକାଲି ମୋ ଠି ଏତେ ଇଣ୍ଟେରେଷ୍ଟ୍ ନେଉ ନାହଁ, ବାହାରେ କୋଉଠି କିଛି ଚକ୍କର ଚାଲିଛି କି? କେଜାଣି ବାବା, ତମ ହସ୍ପିଟାଲର ନର୍ସ୍ ମାନଙ୍କ କଥା ଶୁଣି ଭାବୁଛି ତମେ ଏତେ ହ୍ୟାଣ୍ଡସମ୍ ଲ୍ଲୋକ ତମକୁ କିଏ ଫସେଇ ଦେଇନି ତ? ଅନିଲ ହସିଦେଇ କହିଲେ, ହଁ ହେଇପାରେ୤ ମୁଁ ସେତେବେଳେ ଚିଡ଼ିଯାଇ କହିଲି, ହେଇପାରେ ମାନେ କଣ? ହଁ ନା ନାଇଁ? ସେ ମୋତେ ଚାହିଁ କହିଲେ, ତମକୁ ଯାହା ଲାଗୁଛି ସେଇୟା୤ ଏଇ ଲୋକଟା ଭାରି ଖରାପ, କେବେ ବି ସିଧା ସିଧା ଉତ୍ତର ଦେବନି୤ ମୁଁ ଆଉ କଣ କହିବି ଭାଉଥିଲି, ସେତେବେଳକୁ ରାତି ଦଶଟା ଉପରେ ହେଲାଣି, ଅନିଲଙ୍କ ଶୋଇବା ସମୟ, ସେ ଶୋଇବାକୁ ଗଲେ ଆଉ ମୋ ଫୋନ୍ ଆସିବା ଆରମ୍ଭ ହେଇଗଲା୤

ଆଜି ବିନି ଫୋନ କରୁ କରୁ କହିଲା, ଏଇ ଶୁଣ ମୋର ଜଣେ ସାଙ୍ଗ ଫେସବୁକରେ ଅଛନ୍ତି ସେ ତମକୁ ଫ୍ରେଣ୍ଡ୍ ରିକ୍ବେଷ୍ଟ୍ ପଠେଇଛନ୍ତି, ଆକ୍ସେପ୍ଟ୍ କରିବ୤ ମୁଁ କହିଲି, ହଉ ରହ ଦେଖୁଛି୤ ଜଣେ ମହିଳା ଡାକ୍ତରଙ୍କ ରିକ୍ବେଷ୍ଟ୍ ଆସିଥିଲା, ଆକ୍ସେପ୍ଟ୍ କରିଲି୤ ସେ କହିଲା, ସେ ହେଉଛନ୍ତି ଭୁବନେଶ୍ବରର ଜଣେ ଡାକ୍ତର କପଲର ସ୍ତ୍ରୀ୤ ବୁଝିଲ, ଏବେ ତାଙ୍କ ସହ ଚାଟିଂ କରିବ କହିଲେ ସେ ଆହୁରି ବହୁତ କଥା ଜଣେଇବେ୤ ମୁଁ କହିଲି, ତମେ ତ ମୋତେ ଯେତେ ସବୁ ଜିନିଷ କହିଲଣି ସେତିକି ହଜମ ହେଇନି, ଆହୁରି ଅଧିକ ବି ଅଛି? ବିନି କହିଲା, ଓହୋ, ତମେ ଜାଣିନ, ଏଥିରେ ଗୋଟେ ଅଲଗା ଦୁନିଆ ଅଛି୤ ତମେ ତାଙ୍କ ସହ କଥା ହୁଅ ଜାଣିବନି୤

ବିନି ଫୋନ ରଖିବା ପରେ ଦିଲ୍ଲୀରୁ ମୋର ପିଲାଦିନ ସାଙ୍ଗ ରେଣୁ ଫୋନ କରିଥିଲା, ତା ସହ ଏଣୁତେଣୁ ଗପିବା ପରେ ତାକୁ ଏଇ ସ୍ବାପିଂ ବିଷୟରେ କହିଲି, ସେ ବି କହିଲା ସେ ଜାଣିଛି୤ ତାଙ୍କ ସୋସାଇଟିରେ ଏଇୟା ହୁଏ ବୋଲି ସେ ଜାଣେ୤ କିନ୍ତୁ ସେ ନିଜେ କେବେ ଏ ସବୁ କରିନି୤ କିନ୍ତୁ ସେ ମୋତେ ଖୋଳି ଖୋଳି ପଚାରିଲା ତମେ ଏ ସବୁ କେବେଠୁ କରୁଛ ଇତ୍ୟାଦି୤ ମୁଁ କହିଲି, ଆରେ ନାହିଁ କାଲି ଟିଭିରେ ନ୍ୟୁଜ୍ ଦେଖିଲି ଯେ ବଡ଼ ସହର ମାନଙ୍କରେ ଏ ସବୁ ହୁଏ ବୋଲି ତେଣୁ ପଚାରିଦେଲି୤ ସେ କହିଲା ହଁ ହୁଏ ତ୤ କିନ୍ତୁ ସେ ସୋସାଇଟି ଅଲଗା୤ ସେମାନେ ଭାରି ଧନୀ ଲୋକଙ୍କ ଗ୍ରୁପ୍୤ ସେଇ ଗ୍ରୁପରେ ରହିବାକୁ ହେଲେ ସେମିତ୍ ଖର୍ଚ୍ଚ କରିବାକୁ ହେବ୤ ସେ କ୍ଲବରେ ମେମ୍ବର ହେବାପାଇଁ ଦଶରୁ ପନ୍ଦର ହଜାର ଟଙ୍କା ଚାର୍ଯ୍ ଦେବାକୁ ହୁଏ୤ ଆଉ ସବୁଥର ମିଟିଂ ବେଳେ ସେମାନେ ବଡ଼ ବଡ଼ ହୋଟେଲରେ କରନ୍ତି, ତେଣୁ ପନ୍ଦର କୋଡ଼ିଏ ହଜାର ଖର୍ଚ୍ଚ କରିବାକୁ ପଡ଼େ, ତେଣୁ ଏ ସବୁ ସାଧାରଣ ଲୋକଙ୍କ ପାଇଁ ନୁହେଁ୤ ମୁଁ କହିଲି, ତୋର କଣ ଅଭାବ ଅଛି? ତୋ ସ୍ବାମୀ ସଫ୍‌ଟ୍ବେର୍ ଆଊ ତୁ ବ୍ୟାଙ୍କର୤ ସେ ହସିଦେଇ କହିଲା, ହେଲେ ବି ଏତେ ଖର୍ଚ୍ଚ କିଏ କରିବ? ସବୁବେଳେ ଖର୍ଚ୍ଚ କରିବା ସମ୍ଭବ ନାହିଁ୤ ମୁଁ କହିଲି, ସବୁବେଳେ ଯିବା କଣ ଜରୂରୀ? ସେ କହିଲା, ତୁ ଜାଣିନୁ, ଥରେ ଗଲେ ବାରମ୍ବାର ଯିବାକୁ ମନ ହେବ୤ ମୁଁ କହିଲି, ବେଶୀ ଜାଣିଥିବା ଭଲି କହୁଛୁ୤ ସେ କହିଲା, ତୁ କାହାକୁ କହିବୁନି ନା? ମୁଁ ସେ କ୍ଲବରେ ମେମ୍ବର୍ ଅଛି୤ ଆମେ ବି ଯାଉଛୁ୤ ମୁଁ କହିଲି ଓଃ, ମାନେ ବିଲେଇ ଆଖି ବୁଜି ବୁଜି ଦୁଧ ପିଉଛି୤ ସେ କହିଲା, ଆରେ ଏ ବଡ଼ ସିଟିରେ ରହିଲେ ବଡ଼ ଲୋକଙ୍କ ଗ୍ରୁପରେ ମିଶିଲେ ଏ ସବୁ କରିବାକୁ ପଡ଼େ୤ ନହେଲେ ଲୋକ ଖରାପ ଭାବିବେ୤

ମୋତେ ଇଚ୍ଛା ହେଲା ତା ବିଷୟରେ ଜାଣିବା ପାଇଁ, ପଚାରିଲି, ତମେ କେମିତି ଏଇ ଗ୍ରୁପରେ ମିଶିଲ? ସେ କହିଲା;

ବାହାଘର ପରେ ଆମେ ବାଙ୍ଗାଲୋରରେ ଥିଲୁ୤ ସେଇଠି ମୋର ପିଲା ଦୁଇଟା ଜନ୍ମ ହେଲେ୤ ଆମେ ଖୁସିରୁ ଥିଲୁ୤ ପୁଅକୁ ଦଶବର୍ଷ ହେଲାବେଳକୁ ମୋ ସ୍ବାମୀ ଦିଲ୍ଲୀପ ଜବ ଛାଡ଼ିଦେଇ ନିଜେ କମ୍ପାନୀ ଆରମ୍ଭ କରିଲେ୤ ସେଇଥିପାଇଁ ସେ ବାରମ୍ବାର ବାଙ୍ଗାଲୋର ଆଉ ଦିଲ୍ଲୀ ଭିତରେ ଟ୍ରାଭେଲ୍ କରିଲେ୤ ମୁଁ ସେତେବେଳକୁ ବ୍ୟାଙ୍କରେ ଜବ୍ କରୁଥିଲି୤ ପିଲାଙ୍କୁ ଚଳିବା ଅସୁବିଧା ହେଉଥିଲା୤ ତେଣୁ ଆମେ ନିଷ୍ପତ୍ତି ନେଲୁ ଆଉ ଦିଲୀ ସିଫ୍ଟ୍ କରିଦେଲୁ୤ ପିଲାଏ ବି ବଡ଼ ହୋଇଯାଇଥିଲେ୤ ଏଠି ଘର ଦେଖାଶୁଣା କରିବାପାଇଁ ଆୟା ମିଳିଗଲା୤ ଆମର ଲାଇଫ୍ ସେଟଳ୍ ହେଇଯାଇଥିଲା୤ ସେଇ ସମୟରେ ଦିଲ୍ଲୀପଙ୍କ କମ୍ପାନୀ ଆରମ୍ଭ ହେଉଥିଲା ବୋଲି ବହୁତ ଟେନ୍ସନ୍ ରହୁଥିଲା୤ ସେ ଚାକିରୀ ଛାଡ଼ି ଦେଇଥିଲେ ଆଉ ଯାହା ସଞ୍ଚୟ କରିଥିଲେ ସେ ସବୁକୁ କମ୍ପାନୀରେ ଲଗେଇ ଦେଲେ୤ ମୋର ଚାକିରୀ ଥିଲା ବୋଲି ଘର ଚଳିବାରେ ଅସୁବିଧା ହେଲାନି ଅବଶ୍ୟ୤ କିନ୍ତୁ ଜାଣିଛୁ ତ ସରକାରୀ ସ୍ତରରେ ବିଭିନ୍ନ କାମ କରିବା କେତେ କଷ୍ଟ୤ ଦିଲ୍ଲୀପଙ୍କ କମ୍ପାନୀ ପାଇଁ ଗଭର୍ଣ୍ଣମେଣ୍ଟ ଫଣ୍ଡ୍ ଯୋଗାଡ଼୍ କରିବା ବେଳେ ଜଣେ ଅଫିସର ତାଙ୍କୁ ଏଇ ଗ୍ରୁପରେ ଯୋଡ଼ିଦେଲେ୤ ସେଇଟା ଗୋଟେ ଏଲିଟ୍ କ୍ଲବ୍ ଥିଲା୤ ଜଏନିଂ ଫି ଥିଲା ପଚିଶି ହଜାର୤ କାମ ହେଇଯିବ ବୋଲି ଆଶାକରି ଦିଲ୍ଲୀପ୍ ଜଏନ୍ କରିଦେଲେ୤ ଆମେ ପ୍ରାୟ ପ୍ରତି ସପ୍ତାହର ଶନିବାର ରାତିରେ ସେଇ କ୍ଲବରେ ପାର୍ଟିରେ ଯୋଗ ଦେବାକୁ ଯାଉ୤ ସେଇଠି ଡିନର୍ ହୁଏ୤ ମିଟିଂ ହୁଏ୤ କିଛି ଲୋକ ଘରକୁ ଫେରନ୍ତି କିଛି ସେଇଠି ରହିଯାଆନ୍ତି୤ ସେମାନେ କାହିଁକି ରହନ୍ତି ବୋଲି ବୁଝିବା ବେଳକୁ ଏଇ ସ୍ବାପିଂ ବିଷୟ ଜଣାପଡ଼ିଲା୤

ଦିଲ୍ଲୀପକୁ ଯେଉଁ ବ୍ୟକ୍ତି ନେଇ ଏଇ କ୍ଲବରେ ଯୋଡ଼ିଥିଲେ ସେ ଏ ବିଷୟ ଦିଲ୍ଲିପକୁ କହିଲେ୤ ଦିଲ୍ଲୀପ ସେ ବିଷୟ ଘରେ ମୋତେ ଜଣେଇବା ପରେ ଭାରି ଅସୁବିଧା ମନେ ହେଲା କିନ୍ତୁ ସେତେବେଳେ ପରିସ୍ଥିତି ଏମିତି ଥିଲା ଯେ ଦିଲ୍ଲିପ ବ୍ଲଡ୍ ପ୍ରେସର୍ ରୋଗୀ ହୋଇଯାଇଥିଲେ୤ ଆଉ ଜମା ଆମ ଭିତରେ କିଛି ସମ୍ପର୍କ ନଥିଲା୤ ସେକ୍ସ୍ କଥା ଛାଡ଼, ମୋତେ କୁଣ୍ଢେଇ ଧରୁନଥିଲେ୤ ସବୁବେଳେ ଖାଲି ଡିଷ୍ଟର୍ବ ରହୁଥିଲେ୤ ସେଇଥିପାଇଁ ଏଇ ସ୍ବାପିଂ କଥା ଶୁଣିବାପରେ ମୋତେ ଭଲ ଲାଗିଲା୤ ଦିଲ୍ଲୀପ ଦିନେ କହିଲେ, ସ୍ବାପିଂ ବିଷୟରେ୤ ମୁଁ କହିଲି, ତମକୁ ଯାହା ଭଲ ଲାଗୁଛି କର୤ ତମ କମ୍ପାନୀ ଏଷ୍ଟାବ୍ଲିସ୍ ହେଇଗଲେ ସବୁଠୁ ବେଶୀ ଖୁସି ତ ମୁଁ ହେବି୤ ବାସ୍, ସେଇଠି ଆମର ପ୍ରଥମ ସ୍ବାପିଂ ହେଲା୤ ଅସୁବିଧା ଥିଲା, ସେଇଠି ଯେଉଁ ଲୋକ ସବୁ ଆସୁଥିଲେ ସେମାନେ ସବୁ ବଡ଼ ବଡ଼ କମ୍ପାନୀର ମ୍ୟାନେଜର, ଓନର୍ ଇତ୍ୟାଦି୤ ସେମାନଙ୍କ ଭଳି ଆମକୁ ବି ଖର୍ଚ୍ଚ କରିବାକୁ ପଡ଼ିଲା୤ କିନ୍ତୁ ଆମେ ସ୍ବାପିଂ କରିବା ପରେ ଦିଲ୍ଲିପଙ୍କ କଣ୍ଟାକ୍ଟସ ବହୁତ ବଢ଼ିଲା ଆଉ କମ୍ପାନି ଆପ୍ରୁଭାଲ୍ ହେଇଗଲା୤ ଏବେ ଆମ କମ୍ପାନୀ ଭଲରେ ଚାଲିଛି, ଆଉ ସ୍ବାପିଂ ବି ହେଉଛି୤ ଥରେ ଆରମ୍ଭ ହେଇଥିଲା, ଏବେ ବି କରୁଛୁ୤ ଭଲ ଲାଗୁଛି୤

ଓଃ, ସମସ୍ତେ ଏଠି ଲାଇଫକୁ ଏଞ୍ଜୟ୍ କରୁଛନ୍ତି ଆଉ ମୁଁ ଏଇ ଛୋଟ୍ ସହରରେ ପଡି ସଢୁଛି୤ ଏଇ କଥା ମୋ ମନକୁ ଖାଇ ଯାଉଥିଲା, ଏଇ ସମୟରେ ସେ କହିଲା, ତମେ ଭାରି ଲଜି୤ ଡାକ୍ତର ହଜବ୍ୟାଣ୍ଡ୍, ନିଜ ଗାଁରେ ରହୁଛ୤ ପଇସା ପତ୍ର ପାଈଁ ଟେନ୍ସନ୍ ନାହିଁ୤ ଘରେ ସମସ୍ତେ ଥିବେ ତେଣୁ ତମକୁ କିଛି ଅସୁବିଧା ହେଉନଥିବ୤ ଆମ ଭଳି ଜାଗାରେ ଥିଲେ ତମେ ଜାଣିଥାନ୍ତ ଷ୍ଟ୍ରେସ୍ କଣ୤ ମୁଁ ମନେ ମନେ ହସିଦେଲି୤


Part 1 | Part 2 | Part 3 | Part 4 (READING NOW)

Comments