ସ୍ମିତାର ମନ ବହୁତ ଦୁଃଖ ଥିଲା ଆଜି କଲେଜ୍ ଜୀବନର ଶେଷ ଦିନ ସବୁ ସାଙ୍ଗମାନେ ଦିନବେଳେ କଲେଜ୍ କ୍ୟାମ୍ପସରେ ପରସ୍ପର ଉପରେ ରଙ୍ଗ୍ ଲଗାଇବା ପରେ ପୋଷାକ ଉପରେ ଭିନ୍ନ୍ ଭିନ୍ନ୍ ମେସେଜ୍ ସବୁ ଲେଖିବାରେ ବ୍ୟସ୍ତ ଥିଲେ ସ୍ମିତା ଗୋଟିଏ କଣରେ ବସିଥିଲା ତା ପାଖରେ ନିମ୍ମି ବସିଥିଲା ସେମାନେ ପରସ୍ପରର ହାତ ଧରାଧରି ହୋଇ ବସି ଗୁପଚୁପ୍ କଣ କଥା ହେଉଥିଲେ ପୁଅମାନେ ଏଣେତେଣେ ବୁଲି ସେଲ୍ଫି ନେଉଥିବା ବେଳେ ଆମେ ଝିଅମାନଙ୍କ ଗ୍ରୁପ୍ ଗୋଟିଏ ଯାଗାରେ ବସିଥିଲୁ ସମସ୍ତେ ଜାଣିଥିଲେ ଯେ ସ୍ମିତାଟା ଅଣ୍ଡିରାଚଣ୍ଡି ଟା କଲେଜ୍ ସମୟ ତକ ତାକୁ ଚୁଡ଼ିଦାରରେ ଦେଖିବାକୁ ମିଳୁଥିଲା, ନହେଲେ ସେ କେବେ ବି ହାଫ୍ ପ୍ୟାଣ୍ଟ୍ ଆଉ ହଟ୍ ପ୍ୟାଣ୍ଟରୁ ଅଧିକ୍ ପିନ୍ଧିବା ଦେଖିନାହାନ୍ତି ସବୁବେଳେ କଲେଜ୍ ସାମନା ରବିଭାଇ ଦୋକାନରେ ବସିଥିବ ଯିବା ଆସିବା ଲୋକ ତା ଗୋରା ଜଙ୍ଘକୁ ଚାହିଁଥିବେ, ସେ କେବେ ଖାତିର୍ କରେନି ଆମେ ସବୁ ଏ କଥା କହିଲେ ସେ କହେ, ହଉ ଲୋକଟା ମୋ ଗୋଡ଼ ଦେଖିଦେଲେ କଣ ଅସୁଦ୍ଧି ହେଇଗଲା କି?
ସନ୍ଧ୍ୟା ବେଳକୁ ପୁଅମାନେ ସବୁ ନିଜ ନିଜ ଘରକୁ ଫେରିଯିବା ପାଇଁ ବାହାରୁଥିଲେ ହଷ୍ଟେଲରେ କେବଳ କିଛି ଝିଅ ହିଁ ଥିଲେ ନିମ୍ମି ମଧ୍ୟ ଯିବାକୁ ବାହାରିଲା ଆମେ ହଷ୍ଟେଲରୁ ବାହାରି ଅସିଲୁ, ନିମ୍ମି ଷ୍ଟେସନ୍ ଯିବାପାଇଁ ଅଟୋ କରାଯାଇଥିଲା ନିମ୍ମିକୁ ବିଦାୟ ଦେବାବେଳେ ସ୍ମିତାର ଆଖିରୁ ଲୁହ ଝରିଅଲା ସେ ନିମ୍ମିକୁ କୁଣ୍ଢେଇ ଧରି ତା ଗାଲକୁ ଚୁମା ଦେଇ ଚାଲିଥିଲା ମୋତେ ବି ଭାବ ବିହ୍ବଳ ହେବାପରି ମନେ ହେଉଥିଲା ସେ ଯା ହେଉ, ନିମ୍ମି ଚାଲିଗଲା ପରେ ସ୍ମିତା ସ୍ବାଭାବିକ ଭାବରେ ହସଖୁସି ହୋଇଗଲା ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏତେବେଳ ଯାଏଁ ଲୁହ ଝରାଉଥିବା ଟୋକିଟା ହଠାତ୍ ଏମିତି ହସଖୁସି କେମିତି ହେଇଅଲା? ପଚାରିବାରୁ କହିଲା, ତୁ ବୁଝିବୁନି ବେ ଆଉ ମୋତେ କୁଣ୍ଢେଇ ଧରି ମୋ ଗାଲକୁ ଚୁମା ଦେଉ ଦେଉ କଇଲା, ବାଃ ପୁରା କଅଁଳ ଗାଲ ରଖିଛୁ ବେ ତୋ ବୟଫ୍ରେଣ୍ଡ୍ କୁ ଛୁଆଇଁ ଦେଉନୁ କି?
ଆମେ ହଷ୍ଟେଲ୍ ପର୍ଯ୍ୟନ୍ତ ଚାଲି ଚାଲି ଆସୁଥିଲୁ ହଷ୍ତେଲରେ ଅନେକ ଅନ୍ୟ ବର୍ଷର ଛାତ୍ରୀ ଥିଲେ କିନ୍ତୁ ଆମ ଶ୍ରେଣୀର ଆଉ ତିନି ଚାରିଜଣ ହିଁ ଥିଲୁ କେଣ୍ଟୀନ୍ ଭିତରେ ପଶିଲୁ ଆଉ ଡିନର୍ ଖାଇବା ବେଳେ ମୋ ପାଖରେ ବସିଥିଲା ସ୍ମିତା କହିଲା, ଆଜି ଭାରି ସେଣ୍ଟି ସେଣ୍ଟୀ ଲାଗୁଛି ବେ ନିମ୍ମି ଥିଲା ଯେ ଭଲ ଲାଗୁଥିଲା ଆଜି ରୁମ୍ ପୁରା ଖାଁ ଖାଁ ଲାଗିବ ତୁ ଆସୁନୁ ମୋ ରୁମରେ ଶୋଇବୁ ମୁଁ ବି ଭାବିଲି ଠିକ୍ ଅଛି ହଁ କହିଦେଲି
ଖାଇବା ପରେ ଆମେ ହଷ୍ଟେଲ୍ ଆଡ଼କୁ ଯାଉଥିବା ବେଳେ କହିଲା, ନିମ୍ମି ବହୁତ ଭଲ ଝିଅଟା ଆମେ ଫାଷ୍ଟ୍ ୟିଅରରୁ ହିଁ ସାଙ୍ଗ ହେଇଯାଇଥିଲୁ କାହିଁକି ଯାନିଛୁ? ମୁଁ କହିଲି, ମୁଁ କେମିତି ଜାଣିବି? ସେ ହସିଦେଇ କହିଲା, ଆମେ ଦୁଇଜଣ ଲେସବିଆନ୍ ଆଁ, ମୁଁ ଆଶ୍ଚର୍ଯ୍ୟ ହେଇଗଲି କଣ? ବୋଲି ପଚାରିବାରୁ ହସିଦେଇ କହିଲା, କଣ ବେ କେବେ ଏ ଶବ୍ଦଟା ଶୁଣିନୁ କି? ମୁଁ କହିଲି, ଶୁଣିଛି ବୋଲି ତ ଚମକି ପଡ଼ିଲି ଲେସ୍ବିଆନ୍? କିନ୍ତୁ କାହିଁକି? କେମିତି? କେବେ? ମୋ ପ୍ରଶ୍ନ ଶୁଣି ସେ ହସି ହସି କହିଲା, ଏମିତି ସବୁ ପ୍ରଶ୍ମ ପଚାରିବେ ବୋଲି ଆମେ କେବେ କାହାକୁ ଜଣେଇ ନଥିଲୁ ବାସ୍, ମନ ହେଲା, ଆଉ ନିମ୍ମିକୁ ଦେଖିବା ପରେ ଆମେ ଦୁଇଜଣଙ୍କ ମନ ମିଶିଲା ସେଇ ଫାଷ୍ଟ୍ ୟିଅରରୁ ହିଁ ଗୋଟିଏ ରୁମରେ ରହିଲୁ ଯେ ଶେଷ ବର୍ଷ ଯାଏଁ ସେ ମୋତେ କେବେ ବି ଧୋକା ଦେଇନି ଆଉ ମୁଁ ବି ସେଇଥିପାଇଁ ଆମର କେହି ବୟଫ୍ରେଣ୍ଡ୍ ନଥିଲେ ଆରେ ହଁ ତ, ସତେ ତ ନିମ୍ମି ତ ଭାରି ସିମ୍ପଲ୍ ଝିଅ ବୋଲି ଆମେ ଭାଉଥିଲୁ ସବୁବେଳେ ମୁଣ୍ଡପୋତି ପୋତି କଲେଜ୍ ଆସେ ଯାଏ କାହା ସହ ବେଶୀ ମୀଳାମିଶା କରେନି
ଆମେ ହଷ୍ଟେଲରେ ପହଞ୍ଚିବା ପରେ ସାମାନାରେ ଥିବା ବେଞ୍ଚ୍ ଉପରେ ବସିଗଲୁ ସେଇଠି ସ୍ମିତା ମୋତେ କହୁଥିଲା ତା କାହାଣୀ
Comments
Post a Comment