Cousin Lucy seduced me - I

 ଅନେକ ବର୍ଷପରେ ହଠାତ୍ ଗୋଟିଏ ହ୍ବାଟସ୍‌ଆପ୍ ଗ୍ରୁପରେ ମୋର ପୁରୁଣା ସମ୍ପର୍କ୍କୀୟ ମାନଙ୍କ ସହ ଚିହ୍ନା ପରିଚିତ ହେଲା୤ ସେଥିରେ ମୋର ଜଣେ ମାମୁଙ୍କ ଝିଅ ଥିଲା ଲୁସି୤ ଯିଏ ମୋ ବୟସର ଥିଲା ଆଉ ଆମେ ପିଲାଦିନେ ବହୁତ ସାଙ୍ଗ ହେଉଥିଲୁ୤ ସେ ଗ୍ରୁପରୁ ଫୋନ୍ ନମ୍ବର ବାହାର କରି ମୋତେ ଫୋନ୍ କରି ଗପିଲା୤ ଭଲ ଲାଗୁଥିଲା ପିଲାଦିନ କଥା ସବୁ ମନେ ପଡୁଥିଲା୤ ଧିରେ ଧିରେ ସେ ପ୍ରାୟ ଫୋନ କରେ ଆଉ ଏଣୁତେଣୁ ଗପେ୤ ଦିନେ ସେ କହିଲା ତୁ ତ ଡାକ୍ତର, ଆମ ଟାଉନକୁ ଆସୁନୁ? ଏଠି ଭଲ ରୋଗୀ ମିଳିବେ୤ ଥଟାରେ କହିଲି, ତୋ ଭଳି ରୋଗୀକୁ ଚିକିତ୍ସା କରିବା ପାଠ ମୁଁ ପଢିନି୤ କିନ୍ତୁ କିଛି ଦିନପରେ ସେ ରହୁଥିବା ସହରର ଜଣେ ଔଷଧ ଦୋକାନୀ ଫୋନ କରି ସପ୍ତାହରେ ଦିନଟିଏ ପାଇଁ ଯିବାକୁ ଅନୁରୋଧ କଲା୤ ପ୍ରାୟ ପଚାଶ କିଲୋମିଟର ଦୂରରେ ସେ ଯାଗା୤ ଗଲେ ଫେରିବା ସମ୍ଭବ ନାହିଁ୤ କିନ୍ତୁ ଲୋକଟା କହିଲା ଅନ୍ୟୁନ କୋଡ଼ିଏ ପେସେଣ୍ଟ୍ ସେ ଯୋଗାଡ୍ କରିବ୤

ସେଇଦିନ ସନ୍ଧ୍ୟାରେ ଲୁସି ଫୋନ୍ କରିଲା ଆଉ କହିଲା, ସେ ଦୋକାନୀ ଫୋନ୍ କରିଥିଲା କି? ଓହୋ ତା ହେଲେ ଏଇ ଚଣ୍ଡୀ ସବୁ ଯୋଗାଡ଼ କରିଛି୤ ହଉ, ସବୁ କଥା କହିଲି, ସେ କହିଲା, ତୁ ସନ୍ଧ୍ୟାରେ ହସପିଟାଲ୍ କାମ ସାରିଦେଇ ଚାଲି ଆସିବୁ, ଯେତେ ସମୟ ଲାଗୁଛି ଲାଗୁ, ରୋଗୀ ଦେଖିବୁ, ରାତିରେ ଆମ ଘରେ ରହିବୁ୤ ସକାଳୂ ସକାଳୁ ବାହାରିଯିବୁ୤ କଥାଟା ଠିକ୍ ଲାଗୁଥିଲା କିନ୍ତୁ କାହା ଉପରେ ବୋଝ ହେବାକୁ ମୋର ମନ ହେଉନଥିଲା୤ ସେ ଜିଦ୍ କଲା ଆଉ କହିଲା ତୁ ଆସ ଥରେ ଦୁଇଥର, ଦେଖ ଯଦି ପେସେଣ୍ଟ୍ ହେବେନି ତ ଆସିବୁନି୤

ପନ୍ଦର ଦିନପରେ ବୁଧବାର ସନ୍ଧ୍ୟାରେ ଗାଡ଼ିଧରି ପହଞ୍ଚିଲି ଲୁସି ଘର ପାଖରେ୤ ଔଷଧ ଦୋକାନ ବି ସେଇ ପାଖରେ୤ ଗାଡ଼ିକୁ ଥୋଇଦେଇ କ୍ଲିନିକ ଚାଲିଗଲି୤ ପେସେଣ୍ଟ୍ ସବୁ ଦେଖାଦେଖି ସରିବା ବେଳକୁ ହେଲାଣି ସାଢ଼େ ନଅ୤ ଦୋକାନୀ ମୋ ଖାଇବା ପାଇଁ ବ୍ୟବସ୍ଥା କରିଦେବ ବୋଲି କହିଲା, କିନ୍ତୁ ଲୁସିର ପୁଅ ଆସି କହିଲା ଯେ ମମ୍ମି ଘରେ ରୋଷେଇ କରିଛନ୍ତି୤ ଲୁସିର ପୁଅ ବୟସ ହେଲାଣି ପ୍ରାୟ ବାରବର୍ଷ୤

କ୍ଲିନିକ୍ ସାରିଦେଇ ଘରକୁ ଗଲି୤ ଲୁସିର ପୁଅ, ଅଜା ଘରକୁ ଯାଉଛି କହି ବାହାରି ଗଲା୤ ମାମୁଁଙ୍କ ଘର ବି ସେଇ ପାଖରେ ଥିଲା୤ ପଚାରିବାରୁ କହିଲା, ମୁଁ ଅଜାଘରେ ରହିବି, ମୋ ରୁମରେ ଆପଣ ରହିବେ୤ ହଉ ମୁଁ ଧୁଆଧୋଇ ହୋଇ ପୋଷାକ ପରିବର୍ତ୍ତନ କରିଦେଇ ଆସି ସୋଫାରେ ବସିଲି୤ ଲୁସି ଆସି ମୋ ପାଖରେ ବସି କହିଲା ତୁ ଏତେ ପେସେଣ୍ଟ୍ ଦେଖୁଛୁ ତତେ ହାଲିଆ ଲାଗୁନି? ମୁଁ କହିଲି, ଲାଗୁଛି ଯେ କଣ କରିବା? ଭଗବାନ ଆମକୁ ଏଇ କାମଟି ଦେଇଛନ୍ତି୤ ଖାଇବା ପାଇଁ ସେ ଯୋଗାଡ଼ କରିଦେଲା୤ ଆମେ ବସି ଏକାଠି ଖାଇଲୁ୤ ତା ସ୍ବାମୀ କୁଆଡ଼େ ଦିଶୁନଥାନ୍ତି? ପଚାରିଲି ଗୋସେଇଁ କାହାନ୍ତି? ସେ କହିଲା, ଗୋସେଇଁ କଣ ଏଇଠି ରହନ୍ତି? ସେ ପରା ଭୁବନେଶ୍ବରରେ ରହୁଛନ୍ତି? ଏଠି ଘରଖଣ୍ଡେ ଅଛି ବୋଲି ଆମେ ମାଆ ପୁଅ ଏକାଠି ରହୁଛୁ୤

ଖାଉଥିବା ବେଳେ କହିଲା, ତୁ ପିଲାଦିନେ ଯେମିତି ସୁନ୍ଦର ଦେଖାଯାଉଥିଲୁ, ଏବେ ବି ସେମିତି ହ୍ୟାଣ୍ଡସମ୍ ଦିଶୁଛୁ୤ ତୋ ପଛରେ ତ କେତେ ନର୍ସ ପଡିଥିବେ୤ ମୁଁ କହିଲି, ହଁ ପଡ଼ନ୍ତି ଯେ ମୋତେ ସେ ସବୁରେ ଇଣ୍ଟରେଷ୍ଟ୍ ନାହିଁ୤ ସେ ଆଶ୍ଚର୍ଯ୍ୟ ହେଇ କହିଲା, ହୁଁ ମିଛ କହନା୤ ସବୁ ପୁଅ ସମାନ୤ ସବୁବେଳେ ଖାଲି ନୁଆ ନୁଆ ଝିଅ ଖୋଜିବା କାମ୤ ଆଉ ତୋ ଭଳିଆ ହେଣ୍ଡସମ୍ ଟୋକା ଥିଲେ, କିଏ ଛାଡ଼ିବ୤ ମୁଁ ଟିକେ ନିରବ ରହି କହିଲି, ମୋତେ କାହିଁକି ତୋ ମତିଗତି ଠିକ୍ ଲାଗୁନି୤ ତୁ ମୋ ପଛରେ ପଡ଼ିନୁ ତ? ସେ ହସିଦେଇ କହିଲା, ମୁଁ ତ ପିଲାଦିନୁ ପଡିଥିଲି, ତୁ ସିନା ଅଲଗା ହେଇଗଲୁ୤ ପାଠ ପଢିବା କଥା କହି, ଦୂରେଇ ଗଲୁ୤ ନହେଲେ କଣ ଛାଡ଼ିଥାନ୍ତି?

ମୁଁ ଟିକେ ନିରେଖି ଚାହିଁଲି୤ ବୟସ ଚାଳିଶି ଉପରେ ହେଲାଣି ଲୁସିର୤ ଦେଖିବାକୁ ସେତେ ମନ୍ଦ ନାହିଁ୤ ଫିଗର ବି ଭଲ ମେଣ୍ଟେନ୍ କରିଛି୤ ଅନ୍ୟ ମାଇକିନିଆଙ୍କ ଭଳି ଦୁଧିଆଳୀ ଗାଇ ଭଳି ଦିଶୁନି୤ କହିଲି, ତୁ ତ ଜମା ଗୋଟେ ପିଲାର ମାଆ ଭଳି ଦିଶୁନୁ୤ ତୁ ଚାହିଁଲେ କେତେ ଟୋକା ପଟେଇ ପାରିବୁ୤ ସେ ହସିଦେଇ କହିଲା, ତୁ ପଟିଗଲେ ମୁଁ ଖୁସି୤ ମୁଁ ଚିଡ଼େଇଲା ଭଳି କହିଲି, ପଟିଯିବି ଯେ, ତା ପରେ ସମ୍ଭାଳି ପାରିବୁ ତ? ସେ କହିଲା, ଟ୍ରାଇ କରି ଦେଖ୤ ନ ପାରିଲେ ତୁ ଶିଖେଇ ଦେବୁନୁ କି?

ଆମର ଖାଇବା ଶେଷ ହେଇଯାଇଥିଲା୤ ସୋଫାରେ ବସି ଏଣୁତେଣୁ ଗପୁ ଗପୁ କହିଲା, ସତ କହ, ତତେ କଣ କେବେ ଇଚ୍ଛା ହୁଏନି ଆଉ କୋଉ ଝିଅ କି ସ୍ତ୍ରୀ ସହିତ ସେକ୍ସ୍ କରିବାକୁ? ମୁଁ କହିଲି, ନା୤ ସକାଳୁ ରାତିଯାଏଁ, ରୋଗୀଙ୍କ ଗହଣରେ ରହି ରହି ମୋତେ ଆଉ ସେ ସବୁ ଇଚ୍ଛା ହୁଏନି୤

- ଓଃ, ତୁ ତ ହିରୋଇନ୍ ଟେ ପାଇଛୁ୤ ତତେ କି ଅଭାବ୤ ହେଲେ ଜାଣିଛୁ ତତେ ଯୋଉ ଦିନୁ ଏଇ ହ୍ବାଟସ୍‌ଆପ୍ ଗ୍ରୁପରେ ଦେଖିଛି ମୋ ମନ ଖାଲି ହାଇଁପାଇଁ ହେଉଛି୤ ପିଲାଦିନ ଭଲଥିଲା, ଖେଳ ଖେଳରେ ତ ତୁ ମୋତେ ଧରୁଥିଲୁ୤ ମୁଁ କହିଲି, ଳାଗୁଛି ଗୋସେଇଁ ଭଲ ସର୍ଭିସିଂ କରୁନାହାନ୍ତି? ସେ ଫେଁ କିନା ହସିଦେଇ କହିଲା, ଗୋସେଇଁ ପୂଜା କରି ଜାଣନ୍ତି, ହେଲେ ସେବା ତାଙ୍କ ଦେଇ ହୁଏନି୤ ଦିନ କାଳ ବାର ବ୍ରତ ଦେଖି ସେ ପୂଜା କରିବେ, ସେ ବି ଅଳ୍ପ ସମୟ ପାଇଁ, ବାକି ମୋତେ ଯାହା ଇଚ୍ଛା ସେ କେବେ କରିବେନି୤

- ତୋର କଣ ଇଚ୍ଛା?

- ବହୁତ ଇଚ୍ଛାକୁ ମାରି ଦେଲିଣି୤ କଣ କରିବି୤ ଅଳ୍ପ ବୟସରେ ବାପାବୋଉ ବାହା କରିଦେଇଥିଲେ, ବାହା ହେଉ ହେଉ ପିଲାଟେ ହେଇଗଲା ଆଉ ଆମ ଆଜ୍ଞା ରାଜଧାନୀରେ ଘର କରିଦେଲେ ଯେ ଯିବା ଆସିବା ଆଦୌ ହୁଏନି୤ ଅକାଳେ ସକାଳେ ଆସନ୍ତି୤ ସେ ବି ବସିବାକୁ ଥୟ ନଥିବା ଭଳି୤ ମୋ ପାଇଁ ତାଙ୍କ ପାଖରେ ସମୟ କାହିଁ? ଶାଗ ଖୁଣ୍ଟିଲା ଭଳି କିଛି ସମୟ ମିଳାମିଶା କରନ୍ତି, ସେ ବି ବିଧାନକୁ୤ ମନଭରି କେବେ କରିବା ମୁଁ ଜାଣିନି୤

- ଓଃ ସେଇଥି ପାଇଁ ତୁ ଏତେ ଦୁଃଖୀ୤ 

- ହଁ, ତୁ କଣ ଔଷଧ ଦେ୤ 

- ଔଷଧ ତତେ ନାହିଁ, ଗୋସେଇଁଙ୍କୁ ଲୋଡ଼ା୤

- ହେ ସେ ଲୋକ ଆଉ ଏ ଜନ୍ମରେ ସୁଧୁରିବ ନାହିଁ୤ ମୋତେ ଯଦି କିଛି ଦବୁ ଦେ୤ ମନକୁ ମାରିଦେଇ ବଞ୍ଚିବା ଶିଖିବା ଭାରି କଷ୍ଟ୤ 

ମୁଁ କଣ କହିବି କିଛି ବୁଝି ପାରିଲିନି୤ ସେ ହିଁ କହିଲା, ଚାଲ ପୁଣି ପିଲାଦିନ ଭଳି ହେଇଯିବା୤ ମୁଁ ଲୁଚିବି ତୁ ମୋତେ ଖୋଜିବୁ୤ ଧରି ପକାଇଲେ, ଯାହା କହିବୁ କରିବି୤ ମୁଁ ହସିଲି, କହିଲି ତୁ ଆହୁରି ବଡ଼ ହେଇନୁ୤ ସେ ମୋ ପାଖକୁ ଆସି ମୋତେ ଚାହିଁ କହିଲା, ତୁ ମୋତେ ବଡ଼ କରିଦେ୤ ମୁଁ କିଛି ବୁଝି ପାରିଲିନି୤ ସେ ନିଜ ଆଖି ବୁଜିଦେଇ ମୁହଁକୁ ମୋ ଆଡ଼କୁ ବଢ଼େଇଦେଲା୤


Comments