ଆମ ଆପର୍ଟମେଣ୍ଟରେ ସ୍ବାପିଂ - ୧

“ଏଇ ରମା ଆସିଲାଣି୤” ରିତୁ ଏଇ କଥା କହିବାପରେ ସେମାନେ ନିରବ ହୋଇଗଲେ୤ ମୁଁ ଯେତେବେଳେ ସନ୍ଧ୍ୟାରେ ସେମାନଙ୍କ ସହ ମିଶି ୱାକ୍ କରିବାକୁ ଯାଏ, ସବୁବେଳେ ସେମାନେ ଏମିତି କଣ ସବୁ ଗୁଣୁଗୁଣୁ ହୋଇ ଗପୁଥାନ୍ତି, ମୋତେ ଦେଖିଲେ ସେମାନେ ଚୁପ୍ ହୋଇଯାଆନ୍ତି୤ ମୁଁ ସେ ଆଡ଼କୁ ଧ୍ୟାନ ଦିଏନି୤ ହେଲେ ଆଜି ସେମାନେ ଯେତେବେଳେ ମୋତେ ଦେଖି ଏକାଥରେ ଚୁପ୍ ହୋଇଗଲେ ମୋତେ କାହିଁକି କେଜାଣି ସନ୍ଦେହ ହେଲା୤ ୱାକ୍ କରିବା ସମୟରେ ଆମେ ସମସ୍ତେ ହସି ହସି ଗପ କରି ବୁଲୁଥାଉ୤ ଆମ ଆପାର୍ଟ୍‌ମେଣ୍ଟ୍ ତଳେ ଚକ୍କର୍ କାଟି ଆସିଲେ ଫୁର୍ତ୍ତି ଲାଗେ୤ ଆଜି କିନ୍ତୁ ସମସ୍ତେ ଚୁପ୍ ଥିଲେ୤ ମୋତେ କିଛି ଭଲ ଲାଗୁନଥିଲା୤ ସାଧାରଣତଃ ୱାକ୍ କରିବା ବେଳେ ସେମାନେ ଆମ ଆପାର୍ଟ୍‌ମେଣ୍ଟ୍ ପଛରେ ସିଡ଼ି ତଳ ଜାଗାରେ ଏକତ୍ରିତ ହୋଇ ଗପସଗ କରନ୍ତି୤ ମୁଁ ଦୁଇ ତିନି ରାଉଣ୍ଡ୍ ମାରିବାପରେ କହିଲି, “ନା ଆଜି ହାଲିଆ ଲାଗୁଛି, ତମେ ସବୁ ୱାକ୍ କର ମୁଁ ଯାଉଛି୤” କହିଦେଇ ବାହାରି ଆସିଲି୤

ମୁଁ ଲିଫ୍ଟ୍ ପାଖାକୁ ଆସିବା ବେଳକୁ ଉପର ଫ୍ଲୋର୍‌ର ହେମାକୁ ଦେଖି ଅଟକିଗଲି୤ ହେମା ସହ ଠିଆ ହୋଇ କଥା ହେଉଥିଲି, ଦେଖିଲି ସେମାନେ ବି ଆଉ ୱାକ୍ କରୁନାହାନ୍ତି୤ ସେକଣ୍ଡ୍ ଫ୍ଲୋର୍ ରେ ରହୁଥିବା ରିତୁ, ବୈଶାଳୀ ଆଉ ଚିନୁ ସହ ମୁଁ ସବୁଦିନ ସନ୍ଧ୍ୟାରେ ୱାକ୍ କରେ୤ ରିତୁର ସ୍ବାମୀ ରବି ଇଞ୍ଜିନିୟର, ବୈଶାଳୀର ସ୍ବାମୀ ହରପ୍ରସାଦ ଲେକ୍‌ଚର୍ ଆଉ ଚିନୁର ସ୍ବାମୀ ଶ୍ରୀନୁ ବିଜିନେସ୍ କରନ୍ତି୤ ମୋ ସ୍ବାମୀ ବିକାଶ ଡାକ୍ତର୤ ଆମର ଭଲ ବନ୍ଧୁତା ହେଇଯାଇଥିଲା୤ ହେଲେ ବି ମୋତେ ଲାଗେ ଯେମିତି ସେମାନେ ମୋ ଠାରୁ ଟିକେ ଡିଷ୍ଟାନ୍‌ସ ମେଣ୍ଟେନ୍ କରୁଛନ୍ତି୤ ମୁଁ ହେମା ସହ କଥା ହେବାବେଳକୁ ସେ ପଚାରିଲା ୱାକ୍ କଥା୤ ସରିଲାଣି ବୋଲି କହି ଉପରକୁ ଯିବାକୁ ବାହାରୁଥିଲି ଇଚ୍ଛା ହେଲା ଜାଣିବାକୁ ସେମାନେ କଣ କଥା ହେଉଛନ୍ତି, ତେଣୁ ସାମନାପଟ ସିଡ଼ିରେ ଚଢ଼ି ଯାଇ ପୁଣି ପଛପାଖ ସିଢ଼ିରେ ଓହ୍ଲେଇ ଅନ୍ଧାରରେ ଛପି ରହି ସେମାନଙ୍କ କଥା ଶୁଣିଲି୤

ରିତୁ - ରବି କହୁଛନ୍ତି ପୁରୀ ଯିବା, ସେଇଠି ରିସର୍ଟ୍‌ରେ ରହି କଟେଜ୍ ନେବା୤
ବୈଶାଳୀ - ଇୟେ କହୁଛନ୍ତି, ପୁରୀରେ ଭାରି ଗହଳି, ଚାଲ ଚାନ୍ଦିପୁର ଯିବା୤
ଚିନୁ - ଆମର ଇଏ କହୁଛନ୍ତି, ଥଣ୍ଡା ପଡ଼ିଲାଣି, ଚାଲ ଦାରିଙ୍ଗିବାଡ଼ି ଯିବା୤

ସେମାନଙ୍କ କଥାର ମୂଳ ତା ହେଲେ ଏଇୟା? ହେଲେ ସେମାନେ ମୋ ଆଗରେ ଚୁପ୍ କାହିଁକି ହୋଇଗଲେ? ମୋତେ କହିଲେ କଣ ଅସୁବିଧା ହୋଇଥାନ୍ତା? ମନେ ମନେ ଏଇ କଥା ଭାବୁଥିଲି, ଶୁଣିଲି;

ଚିନୁ - ଥଣ୍ଡାରେ ଭଲ ହେବ୤ ଚାଲ ସମସ୍ତେ ଦାରିଙ୍ଗିବାଡ଼ି ଯିବା୤ ଏଇଠୁ ପାଖ ବି ହେବ୤ ଆଉ ସେଠି ରହିବା ବ୍ୟବସ୍ଥା ଶ୍ରୀନୁ କରିଦେବେ ବୋଲି କହୁଛନ୍ତି୤ ଟେଣ୍ଟ୍ ପଡ଼ିଛି, ଭଲ ଲାଗିବ୤
ରିତୁ - ହଁ ଥଣ୍ଡାରେ ଯଉ ମଜା, ସତରେ ଭଲ ଲାଗିବ୤ ଦେଖିବା ୟାଙ୍କୁ ପଚାରୁଛି୤
ବୈଶାଳୀ - ତମେ ଦି’ଜଣ ଯାହା ବି ନିଷ୍ପତ୍ତି ନେବ ମୋତେ ଜଣେଇ ଦେବ୤ ମୁଁ ୟାଙ୍କୁ କହିଦେଇଛି, ଛବିଶି ସତେଇଶି ଦୁଇଦିନ ପାଇଁ ଛୁଟି ନେଇଯିବା ପାଇଁ୤  ତମେ ବି ରେଡ଼ି ହେଇଥିବ୤
ରିତୁ - ଦୁଇଦିନ ହେଲେ ପିଲାଙ୍କୁ ଛାଡ଼ି ଯାଇହେବନି୤ କେମିତି କଣ କରିବି?
ବୈଶାଳୀ - ଅଜାଙ୍କ ଘରେ ଛାଡ଼ି ଦେଇ ଯାଉନ୤ ଅଜାଘର ଥାଉ ଥାଉ ଚିନ୍ତା କାହିଁକି?
ଚିନୁ - ମୁଁ ମୋ ଝିଅକୁ ମୋ ଭାଇଘରେ ଛାଡ଼ିଦେଇ ଯିବି ବୋଲି ଭାବିଛି୤
ରିତୁ - ହଉ, ଦେଖୁଛି୤ ପିଲାଗୁଡ଼ାକ ଛାଡୁଛନ୍ତି କି? ଦେଖୁଛ ତ ଏଇଠି କେମିତି ହନ୍ତସନ୍ତ କରି ଦେଉଚନ୍ତି୤ ପିଲାମାନେ ସୁଧାରିଆ ହେଉଥିଲା ଆମକୁ ବାହାରକୁ ଯିବାକୁ ପଡ଼ନ୍ତା କି?

ସେମାନଙ୍କ ସଭା ସରି ଆସୁଥିଲା୤ ମୋତେ ଅନୁମାନ ହେଉଥିଲା ସେମାନେ ବୋଧହୁଏ ଫ୍ୟାମିଲି ପିକନିକ୍ କରିବା ଯୋଜନା କରୁଛନ୍ତି୤ ଆଉ ବିକାଶ୍ ତ ବର୍ଷସାରା ବ୍ୟସ୍ତ ତେଣୂ ବୋଧହୁଏ ମୋତେ କହିଲେନି୤ ସେ ଯା ହେଉ ମୁଁ ଘରକୁ ଚାଲିଅଲି୤

ପରଦିନ ସନ୍ଧ୍ୟାରେ ପୁଣି ୱାକ୍ ସମୟରେ ଏମିତି କଥା ହେଉ ହେଉ କହିଲି, ଶୀତଛୁଟିରେ କୁଆଡ଼େ ଯାଉଛନ୍ତି ନା ନାହିଁ ସବୁ? ସେମାନେ କିଛି ନ ଜାଣିବା ପରି କହିଲେ, କେଜାଣି, ସିଏ ଯାହା କହିବେ୤ ମୁଁ କହିଲି, ବିକାଶ କହୁଥିଲେ ଭଲ ଶୀତ ହେଉଛି ଚାଲ ଦାଇଙ୍ଗିବାଡ଼ି ଯିବା୤ ସେ ଛୁଟି ନେବାକୁ ଦରଖାସ୍ତ ଦେଇଛନ୍ତି, ମିଳିଗଲେ ଆମେ ଯିବୁ୤ ସେମାନେ ହଠାତ୍ ଅଟକିଗଲେ୤ ଦାରିଙ୍ଗିବାଡ଼ି? ଏକାଥରେ ସମସ୍ତେ କହିଲେ, ମୁଁ କହିଲି, ହଁ୤ ଏଇ ପାଖରେ ତ ଅଛି୤ ଲଙ୍ଗ୍ ଡ୍ରାଇଭ୍ ବି ହେଇଯିବ୤ ଆଉ ୟାଙ୍କ ସାଙ୍ଗ ସେଇଠି ଅଛନ୍ତି, ସେ ସବୁ ରହିବା ବ୍ୟବସ୍ଥା କରିଦେବେ ବୋଲି କହିଛ୍ନ୍ତି୤ ଦେଖୁଛୁ ଯଦି ମାସ ଶେଷ ଆଡ଼କୁ ହୁଟି ମିଳିବ, ପଳେଇବୁ୤ ମୋତେ ଲାଗୁଥିଲା ଯେମିତି ସେମାନେ ମୋତେ ସନ୍ଦେହରେ ଚାହୁଁଛନ୍ତି୤ ମୁଁ କିନ୍ତୁ କ୍ଛି ହେବାଭଳି ନ ଜଣାଇ, କଣ ହେଲା, ସବୁ ଚୁପ୍ ହେଇଗଲ ବୋଲି କହି ୱାକ୍ କରିଲି୤

ସେଦିନ ରାତିରେ ମୁଁ ବାଡ଼ି ଆଡ଼କୁ ଗଲାବେଳେ ଦେଖିଲି, ତଳେ ସେ ତିନିଜଣ ଛିଡ଼ା ହୋଇ ମିଟିଂ କରୁଛନ୍ତି୤ ପୁଣିଥରେ ସିଡ଼ିଦେଇ ଗଲି୤ ସେମାନେ କଥା ହେଉଥାନ୍ତି୤ ଦାରିଙ୍ଗିବାଡ଼ି ଯାଇ ହେବନି୤ ରମାଟା ଉଲି ଟା୤ ସବୁ ପ୍ରୋଗ୍ରାମ୍ ଫ୍ଲ୍ପ୍ କରିଦେବ୤ ମୁଁ କିଛି ବୁଝି ପାରୁନଥାଏ୤ ଠିକ୍ ସେତିକିବେଳେ ରିତୁ କହିଲା, ସେ କଥା ଛାଡ଼୤ ଆଜି ରାତିର ପ୍ରୋଗ୍ରାମ୍ କଣ? ଚିନୁ କହିଲା ମୁଁ ଝିଅକୁ ଭାଇଘରେ ଛାଡ଼ିଦେଇଛି୤ ବୈଶାଳୀ କହିଲା, ଆଉ ରିତୁ? ରିତୁ କହିଲା, ସେ ଯାଇଛନ୍ତି ପିଲାଙ୍କୁ ଅଜାଘରେ ଛାଡ଼ିଦେଇ ଆସିବେ୤ ସେମାନେ ଖୁସିରେ କୁରୁଳି ଉଠୁଥିଲେ୤ ରିତୁ କହିଲା, ଦଶଟାପରେ ରବି ଯିବେ୤ ତୁ ହରଙ୍କୁ କହିଦେବୁ ସେ ବାହାରେ ଥିବେ୤ ଆଉ ଶ୍ରୀନୁଙ୍କୁ କହିବୁ ଦଶଟାପରେ ଘରକୁ ଆସିବେ୤ ମୁଁ କିଛି ବୁଝି ପାରୁନଥିଲି୤ ସେଠାରୁ ଚାଲି ଆସିଲି୤ ସନ୍ଦେହ ହେଉଥିଲା ତେଣୁ ଦଶଟା ପୂର୍ବରୁ ବିକାଶ୍ ସାଙ୍ଗରେ ଯାଇ ଆପାର୍ଟ୍‌ମେଣ୍ଟ୍ ଲନରେ ବୁଲୁଥିଲି୤ ଦେଖିଲି ହର ଆଉ ଶ୍ରୀନୁ ବୁଲୁଛନ୍ତି୤ କିଛି ସମୟ ପରେ ରବି ଆସିଲେ ଆଉ ଶ୍ରୀନୁ ସହ କଥା ହେଇ ଚାଳିଗଲେ୤ ମୁଁ ଦେଖିଲି ସେ ଲିଫ୍ଟରେ ପାଞ୍ଚ୍ ନମ୍ବର ଫ୍ଲୋରକୁ ଗଲେ୤ ପରେ ପରେ ଶ୍ରୀନୁ ଥାର୍ଡ୍ ଫ୍ଲୋର୍ ଆଉ ହର ସେକଣ୍ଡ୍ ଫ୍ଲୋରକୁ ଗଲେ୤ ଯଥାକ୍ରମେ ପଞ୍ଚମ ଫ୍ଲୋରରେ ବୈଶାଳୀ ରହେ, ଥାର୍ଡରେ ରିତୁ ଆଉ ସେକଣ୍ଡରେ ଚିନୁ୤ ମୋ ହାବଭାବରୁ ବିକାଶ କିଛି ସନ୍ଦେହ କରିବା ଭଳି କହିଲେ ଆଜି ତମର କଣ ହେଉଛି୤ ଏଇ ସମୟରେ ତ କେବେ ତମେ ତଳକୁ ଆସନି ଆଜି କେମିତି ଆସିଲ? ମୁଁ ସବୁକଥା କହିଲି, ସେ ହସିଦେଇ କହିଲେ ଓଃ ତାହେଲେ ତମେ ଡିଟେକ୍ଟିଭ୍ ନଭେଲ୍ ପଢିଲଣି୤ ମୁଁ କହିଲି ମୋତେ କିଛି ବୁଝା ପଡୁନି୤ ସେ କହିଲେ ଏଥିରେ ବୁଝିବାର କଣ ଅଛି? ସେମାନେ ସ୍ବାପିଂ କରୁଛନ୍ତି୤ ବାସ୍୤

ମୁଁ ଚମକି ପଡ଼ିଲି, କାରଣ ସ୍ବାପିଂ ବିଷୟରେ ଥରେ ଟିଭିରେ ନ୍ୟୁଜ୍ ଦେଉଥିବା ବେଳେ ବିକାଶ କହିଥିଲେ ଏଇଟା ନୂଆ ସଉକ ଲୋକଙ୍କୁ ଚଢ଼ିଛି୤ ନିଜ ସ୍ବାମୀଙ୍କୁ ଅଦଳବଦଳ କରି ସେକ୍ସ୍ କରୁଛନ୍ତି୤ ତା ହେଲେ କଣ ରିତୁ, ବୈଶାଳୀ ଆଉ ଚିନୁ ବି କରୁଛନ୍ତି? ମୋ ମନରେ ଅଜସ୍ର ର୍ପଶ୍ନ୤ ଏହାର ଉତ୍ତର କିଏ ଦେବ? ବିକାଶ କହିଲେ ସେମାନଙ୍କ ଲାଇଫ୍‌ରେ ତମେ କାହିଁକି ଏତେ ଇଣ୍ଟରେଷ୍ଟ୍ ନେଇଛ?

ରାତି ଏଗାରଟା ବେଳକୁ ମୁଁ ନିଜ ଫ୍ଲୋରକୁ ଚାଲି ଆସିଲି୤ 

Comments