ଯେମିତି ସୁନ୍ଦରୀ ଝିଅଟେ ଦେଖିଲେ ସାଙ୍ଗ ହେବାକୁ ଇଚ୍ଛା ହୁଏ, ତୁମେ ଝିଅ ମାନଙ୍କୁ ସେମିତି ସୁନ୍ଦର ଟୋକା ଦେଖିଲେ ହୁଏନି କି? କୌତୁହଳ ହୋଇ ପ୍ରଶ୍ନ କରିଲା ବିଭୁ ଲଞ୍ଚ୍ ବ୍ରେକ୍ରେ ଅଫିସ୍ କ୍ୟାଣ୍ଟିନରେ ବସି ଖାଉଥିବା ବେଳେ ଏମିତି ପ୍ରଶ୍ନରେ ହସ ଲାଗିଲା କହିଲି, ହୁଏନି କାହିଁକି, ବହୁତ୍ ଇଚ୍ଛା ହୁଏ କିନ୍ତୁ ତମେ ପୁଅ ସବୁ ଖାଲି ଗୋଟିଏ ମତଲବରେ ଥାଅ, ସେଇଥି ପାଇଁ ଝିଅମାନେ ସାହାସ କରନ୍ତି ନାହିଁ ବିଭୁ ମୁଣ୍ଡ ହଲେଇ ହୁଁ ବୋଲି କହିଲା ପଚାରିଲି ହୁଁ କଣ? ସେ କହିଲା, ତୁ ଠିକ୍ କହିଛୁ ବିଭୁର ହାତକୁ ଚିମୁଟି ଦେଇ କହିଲି ଡାର୍ଟି ମାଇଣ୍ଡ୍... ଛି... ତୁ ବି ସେଇ ସମସ୍ତଙ୍କ ଭଳି ହଉଛୁ? ବିଭୁ ମୋତେ ଚାହିଁଲା ଆଉ କହିଲା, ଦେଖ୍ କ୍ଲିୟର୍ କରି କହିଦେଉଛି ମୁଁ ଗେ ନାହିଁ, ମୋତେ ଝିଅ ଭଲ ଲାଗନ୍ତି ଆଉ ମୋର ବୟସ ବି ହେଲାଣି ତେଣୁ ନ୍ୟାଚୁରାଲି ସେକ୍ସ୍ କରିବାକୁ ମଧ୍ୟ ଇଚ୍ଛା ହୁଏ ଏଥିରେ ଭୁଲ କଣ? ମୁଁ କିଛି କହିଲିନି ନିଜ ଟିଫିନ୍ ବକ୍ସ୍ ବନ୍ଦ କରୁ କରୁ କହିଲି, ଗୁଡ୍ ଲକ୍
ସେଦିନ ଅଫିସରୁ ଫେରିବା ପରେ ରୁମରେ ବସି ମନେ ମନେ ଭାବୁଥିଲି, ସତରେ ମୁଁ କଣ ଭାବେ? ଆମ ଅଫିସର ଅନେକ କଲିଗ୍ ଅଛନ୍ତି ଯେଉଁମାନଙ୍କୁ ଦେଖିଲେ ଇଚ୍ଛା ହୁଏ ସେମାନେ ମୋ ସାଙ୍ଗ ହୁଅନ୍ତେ କି? ମୋତେ କୁଣ୍ଢେଇ ଧରି ଗେଲ କରନ୍ତି କି? ସେକ୍ସ୍... ନଇଁ ସେକ୍ସ୍ କରିବିନି ବାହାଘର ପରେ ଯାହା କିଛି ହେବ
କିଛିଦିନ ପରେ କ୍ୟାଣ୍ଟିନରେ ବସିଥିବା ବେଳେ ବିଭୁ ଆସିଲା ଖୁସି ଲାଗୁଥିଲା କିଛି ପଚାରିବା ପୂର୍ବରୁ କହିଦେଲା, ଅନୁ ଥାଙ୍କ୍ ୟୁ ତୋ ଗୁଡ୍ ୱିସେସ୍ କାମ୍ ଦେଲା ମୁଁ କିଛି ବୁଝି ନପାରି ତାକୁ ଚାହିଁଲି? ସେ ସେମିତି ହସି ହସି ମୋବାଇଲ୍ ଖୋଲି ଭିଡ଼ିଓ ଦେଖାଇଲା ଆମ ଅଫିସର ନୀଲମ୍କୁ କିସ୍ କରୁଥିଲା ସେ ହାଃ ତୁ ନୀଲମକୁ... ମୁଁ କିଛି କହିବା ପୂର୍ବରୁ ସେ କହିଲା ୟେସ୍...
ଛି... ତୁ ମୋ ପାଖରେ ଆଉ ବସନା ଯା ନୀଲମ୍ ପାଖରେ ବସିବୁ ସେ କହିଲା ଆବେ ରହ, ଏମିତି କଣ ରିଏକ୍ସନ୍ ଦେଉଛୁ ଅଫିସରେ କାହାକୁ ଜଣାନାହିଁ ତୁ ମୋ ଗୁଡ୍ ବଡ୍ଡି ବୋଲି କହିଲି ଆଉ ମୁଁ କୌଣସି ରିଲେସନରେ ରହିବାକୁ ଚାହୁଁନି
ମାନେ? ମୁଁ ଆଁ କରି ତାକୁ ଚାହୁଁଥିଲି ସେ କାନ ପାଖକୁ ଆସି କହିଲା, ନୀଲମ ବାହା ହେଇଛି ଇସ୍ସ୍... ତୁ ମ୍ୟାରିଡ୍ ଲେଡ଼ି ସହ ସେକ୍ସ୍ କରିଲୁ? ତତେ ପାପ ଲାଗିବ ବିଭୁ ହସିଦେଇ କହିଲା, ବୁଝିଲୁ ତୁ ନା ସେଇ ଗାଉଁଲି ହେଇ ଥା ଦୁନିଆ ଯାଇ କୋଉଠି ପହଞ୍ଚିଲାଣି କହିଲା ନା କଣ ପାପ ଲାଗିବ ଆବେ ମୁଁ କଣ ତା ରେପ୍ କରିଲି କି? ସେ ବି ରାଜି ହେଲା ମୁଁ ବି ରାଜି ହେଲି... ବାସ୍...
କିନ୍ତୁ ସେ ମ୍ୟାରିଡ଼୍?
ହେଲେ କଣ ହେଲା? ମୋ ପାଇଁ ସେ ଡିଭର୍ସ୍ ନେଉନି ତ
ତା ସ୍ବାମୀ ଜାଣିଲେ କଣ ହେବ କହିଲୁ? ତାଙ୍କ ଘରେ ଆଉ ଶାନ୍ତି ରହିବ କି?
ସେ କେମିତି ଜାଣିବ? ମୁଁ କହିବି ନା ସେ କହିବ? ଆରେ ଏ ସବୁ ଆଜିକାଲି ଚାଲୁଛି ଅଫିସରେ ଟିକେ ଷ୍ଟ୍ରେସ୍ ଥିଲା ତ ସେ ହିଁ କହିଲା, ଚାଲ ଟିକେ ରିଲାକ୍ସ୍ କରିବା, ଆଉ ମୁଁ ମନା କରି ପାରିଲିନି ତୁ ଜାଣିଛୁ... ମୁଁ ଏମିତିକା ମଉକାଟେ ଖୋଜୁଥିଲି
କେଜାଣି କାହିଁକି ବିଭୁର କଥା ଶୁଣି ଆହୁରି ଅଧିକ ଜାଣିବାକୁ ଇଚ୍ଛା ହେଉଥିଲା ହେଲେ ମନେ ହେଲା ଝିଅଟିଏ ହେଇ ଏଇ ସବୁ କଥା କହିବାକୁ ଲାଜ ଲାଗିଲା ତେଣୁ ଲଞ୍ଚ୍ ସାରିଦେଇ ନିଜ କ୍ୟୁବିକଲ୍ କୁ ଫେରି ଆସିଲି

sandhya_panigrahy@rediffmail.com
Comments
Post a Comment